ଦେଶରୁ ଯାଇ ବିଦେଶରେ ଧର୍ମାନ୍ତରୀକରଣ

ପାକିସ୍ତାନ ଫେରନ୍ତା ଅଞ୍ଜୁଙ୍କ ଠିକଣା ଅଜଣା: ପିଲାମାନେ କହୁଛନ୍ତି ତାଙ୍କୁ ଭେଟିବେ ନାହିଁ

ନୂଆଦିଲ୍ଲୀ: ନିଜର ସ୍ବାମୀ ଓ ପିଲାଙ୍କୁ ଛାଡ଼ି ଫେସ୍‌ବୁକ୍ ବନ୍ଧୁ ନସରୁଲ୍ଲାଙ୍କୁ ବିବାହ କରିବାକୁ ପାକିସ୍ତାନ ଯାଇଥିବା ଅଞ୍ଜୁ ‘ଫାତିମା’ ହୋଇ ଭାରତ ଫେରିବା ପରେ ସେ ଏବେ କେଉଁଠି ରହୁଛନ୍ତି କାହାକୁ ଜଣାନାହିଁ। ସେ ରାଜସ୍ଥାନର ଭିୱାଡ଼ିସ୍ଥିତ ତାଙ୍କ ଆବାସିକ ସୋସାଇଟିରେ ପହଞ୍ଚି ନ ଥିଲେ କିମ୍ବା ତାଙ୍କ ପିଲାମାନଙ୍କୁ ଭେଟି ନ ଥିଲେ। ତେବେ ସେ ଯେଉଁଠି ବି ଥାନ୍ତୁ ତାଙ୍କୁ ଭେଟିବେ ନାହିଁ ବୋଲି ତାଙ୍କ ପିଲାମାନେ କହିଛନ୍ତି। ଅନ୍ୟ କେତେକ ସୂତ୍ରରୁ ଜଣାପଡ଼ିଛି ଯେ ଅଞ୍ଜୁ କୁଆଡ଼େ ଦିଲ୍ଲୀରେ ଅଛନ୍ତି ଏବଂ ଭାରତୀୟ ସ୍ବାମୀଙ୍କୁ ଛାଡ଼ପତ୍ର ଦେବାପାଇଁ ଅଦାଲତର ଦ୍ବାରସ୍ଥ ହେବେ।

ADVERTISEMENT

ଅଞ୍ଜୁ ରହୁଥିବା ଆବାସିକ ସୋସାଇଟିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସମସ୍ତ ଯାନବାହନ ଓ ଅଜଣା ବ୍ୟକ୍ତିଙ୍କୁ କଡ଼ାକଡ଼ି ଯାଞ୍ଚ କରାଯିବା ପରେ ଭିତରକୁ ଛଡ଼ାଯାଉଛି। ଇଣ୍ଟେଲିଜେନ୍ସ ବ୍ୟୁରୋର ଏକ ଟିମ୍ ଅଞ୍ଜୁଙ୍କ ଦୁଇ ପିଲା (୧୫ ବର୍ଷର ଝିଅ ଓ ୬ ବର୍ଷର ପୁଅ)ଙ୍କୁ ମଧ୍ୟ ପଚରାଉଚରା କରିଥିଲା। ଭିୱାଡି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ (ଏଏସ୍‌ପି) ଦୀପକ ସାଇନି କହିଛନ୍ତି ଯେ ଅଞ୍ଜୁଙ୍କ ମାମଲାର ତଦନ୍ତ ଚାଲିଛି ଏବଂ ଲୋକଙ୍କ ବୟାନ ରେକର୍ଡ କରାଯାଇଛି। ଆବଶ୍ୟକ ପଡ଼ିଲେ ଅଞ୍ଜୁଙ୍କୁ ପଚରାଉଚରା କରାଯିବା ସହ ଗିରଫ ମଧ୍ୟ କରାଯାଇପାରେ।

ଚଳିତ ବର୍ଷ ପ୍ରାରମ୍ଭରେ ପାକିସ୍ତାନର ଉତ୍ତର-ପଶ୍ଚିମ ଖୈବର ପଖତୁନଖ୍ୱା ଯାଇ ନସରୁଲ୍ଲାଙ୍କୁ ବିବାହ କରିବା ପରେ ଅଞ୍ଜୁ ଇସଲାମ ଧର୍ମ ଗ୍ରହଣ କରି ନିଜର ନାମ ଫାତିମା ରଖିଥିଲେ। ସେ ୱାଘା ସୀମା ଦେଇ ଭାରତ ଫେରିବା ପରେ ପଞ୍ଜାବ ପୁଲିସର ଗୁଇନ୍ଦା ଟିମ୍ ଏବଂ ଆଇବି ତାଙ୍କୁ ଅମୃତସରରେ ପଚରାଉଚରା କରିବା ପରେ ବୁଧବାର ଦିଲ୍ଲୀ ଯିବାକୁ ଅନୁମତି ଦେଇଥିଲେ। ସେ ଏବେ ଦିଲ୍ଲୀରେ କୌଣସି ସ୍ଥାନରେ ଥିବା ସନ୍ଦେହ କରାଯାଉଛି। ଅଞ୍ଜୁ ଯେତେବେଳେ ଜାତୀୟ ରାଜଧାନୀରେ ପହଞ୍ଚିଲେ, ତାଙ୍କୁ ପାକିସ୍ତାନରେ ରହିବା ବିଷୟରେ ପଚରାଯାଇଥିଲା, କିନ୍ତୁ ସେ କିଛି କହିବାକୁ ମନା କରିଦେଇଥିଲେ। ଭାରତୀୟ ସ୍ୱାମୀ ଅରବିନ୍ଦଙ୍କୁ ଛାଡପତ୍ର ଦେବା ପରେ ସେ ନିଜ ପିଲାମାନଙ୍କୁ ପାକିସ୍ତାନ ନେଇଯିବେ ବୋଲି କହିଥିଲେ। ଅନ୍ୟପକ୍ଷରେ ଅରବିନ୍ଦଙ୍କୁ ଯେତେବେଳେ ତାଙ୍କ ସ୍ତ୍ରୀ ପାକିସ୍ତାନରୁ ଫେରିବା ବିଷୟରେ ପଚରାଯାଇଥିଲା, ସେ କହିଥିଲେ ଯେ ସେ ଜାଣି ନାହାନ୍ତି ଏବଂ ତାଙ୍କ ସହ ଜଡ଼ିତ କୌଣସି ବିଷୟରେ କହିବାକୁ ସେ ଆଗ୍ରହୀ ନୁହନ୍ତି।





 ଅଞ୍ଜୁକୁ ଗ୍ରାମରେ ପୁରାଇ ଦେବେନି ଗ୍ରାମବାସୀ ସକାଳ-1-12-2023







ପାକିସ୍ତାନ ଯାଇ ଧର୍ମାନ୍ତରୀତ ହୋଇ ଥିବା ଅଂଜୁ ଭାରତ ଫେରିଲା-ସମାଜ-30-11-2023




Comments

Popular posts from this blog

ଓଡିଶାରେ ଖ୍ରୀଷ୍ଟିଆନମାନଙ୍କ ଧର୍ମାନ୍ତରୀକରଣओडिशा में धर्मांतरण

ଦେଶରେ ଖ୍ରୀଷ୍ଟିଆନମାନଙ୍କ ଦ୍ବାରା ଧର୍ମାନ୍ତରୀକରଣ